
ୱାସିଂଟନ୍ : ବିଶ୍ବରେ ଏବେ କରୋନାଭାଇରସ୍ର ତୃତୀୟ ଓ ଚତୁର୍ଥ ଲହର ଜାରି ରହିଥିବା ବେଳେ ଆମେରିକାରେ କୋଭିଡ୍ ସର୍ବାଧିକ ଜୀବନ ନେଇଛି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଆଜି ୭ ଲକ୍ଷ ଟପିଯାଇଛି। ଡେଲ୍ଟା ପ୍ରଜାତି ଦ୍ବାରା ଆମେରିକାରେ ନିକଟରେ ପ୍ରବଳ ସଂକ୍ରମଣ ବଢ଼ିଥିଲା। ଏବେ ସଂକ୍ରମଣ କମିଥିଲେ ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ କରିଛି। ଆମେରିକାରେ କରୋନା ମୃତ୍ୟୁ ୬ ଲକ୍ଷରୁ ୭ ଲକ୍ଷ ହେବାପାଇଁ ସାଢ଼େ ୩ ମାସ ଲାଗିଛି। ବୋଷ୍ଟନ୍ର ଜନସଂଖ୍ୟାଙ୍କଠାରୁ ଆମେରକିାର କରୋନା ମୃତ୍ୟୁସଂଖ୍ୟା ଅଧିକ ରହିଛି। ଆମେରିକାରେ ପ୍ରାୟ ୭୦ ନିୟୁତ ଲୋକ ଏବେ ବି ଟିକା ନେଇନାହାନ୍ତି।
ଦେଶବ୍ୟାପୀ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ଏବେ ପ୍ରାୟ ୭୫ ହଜାରକୁ ଖସି ଆସିଛି। ସେପ୍ଟେମ୍ବର ଆରମ୍ଭରେ ଏହି ସଂଖ୍ୟା ୯୩ ହଜାର ଥିଲା। ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫୌସି କହିଛନ୍ତି, ଟିକା ନନେବା ଦ୍ବାରା ଆଗକୁ ସଂକ୍ରମଣ ବଢ଼ିପାରେ। ଜାନୁଆରି ୧ ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟାରେ ଆଉ ୯୦ ହଜାର ମୃତ୍ୟୁ ଯୋଡ଼ି ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଉଭୟ ଡୋଜ ଟିକା ଏବଂ ମାସ୍କ ପରିଧାନ ଦ୍ବାରା ଏଥିରୁ ଅର୍ଦ୍ଧାଧିକ ମୃତ୍ୟୁକୁ ନିୟନ୍ତ୍ରଣ କରିହେବ ବୋଲି କୁହାଯାଇଛି। ଆମେରିକାରେ ମୋଟ୍ ସଂକ୍ରମଣ ମାମଲା ୪୪,୪୪୭,୫୩୮ରେ ପହଞ୍ଚିଛି ଏବଂ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୭୧୯,୦୩୭ ରହିଛି। ବିଶ୍ବରେ ମୋଟ୍ ସଂକ୍ରମଣ ମାମଲା ୨୩୧,୧୮୩,୪୦୮ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ୪,୮୦୮,୧୩୨ରେ ପହଞ୍ଚିଛି।
The post ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା: ୬ ଲକ୍ଷରୁ ୭ ଲକ୍ଷ ହେବାକୁ ସାଢ଼େ ୩ ମାସ ଲାଗିଲା first appeared on Sambad.from କରୋନା | Sambad https://ift.tt/3opn1iM
0 Comments