
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୫୫୭ ଜଶ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୧୬୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୭୧, ମୟୂରଭଂଜରୁ ୩୭, ଯାଜପୁରରୁ ୩୬, ଜଗତସିଂହପୁରରୁ ୨୭, ବାଲେଶ୍ୱରରୁ ୨୪, ସୁନ୍ଦରଗଡ଼ରୁ ୧୩, ଢେଙ୍କାନାଳରୁ ୧୨, ଝାରସୁଗୁଡ଼ାରୁ ୧୧, କେନ୍ଦ୍ରାପଡ଼ାରୁ ୧୦ ଓ ନୟାଗଡ଼ରୁ ୯ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଅନୁଗୁଳରୁ ୮, ଭଦ୍ରକ, ପୁରୀରୁ ୭-୭, ରାୟଗଡ଼ାରୁ ୬, ଦେବଗଡ଼ରୁ ୪, ବଲାଙ୍ଗୀର, କେନ୍ଦୁଝର, କୋରାପୁଟ, ସମ୍ବଲପୁରରୁ ୩ ଜଣ ଲେଖାଏଁ, ବରଗଡ଼, କନ୍ଧମାଳ, ନୂଆପଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୫୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩ first appeared on Sambad.from କରୋନା | Sambad https://ift.tt/3A7iLXq
0 Comments