କରୋନା ସଂକ୍ରମଣର ଆଶଙ୍କା ବଢ଼ିଲେ ସର୍ଭେଲାନ୍ସକୁ ଜୋରଦାର କରାଯିବ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଆଗାମୀ ୭ ରୁ ୧୦ ଦିନ ଭିତରେ ପାର୍ବଣ ସମୟରେ କରୋନାର ପ୍ରଭାବ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ। ନିଶ୍ଚିନ୍ତ ଭାବରେ ଏହାର ପ୍ରଭାବ କରୋନା ସଂକ୍ରମଣ ଉପରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ସେଭଳି କିଛି ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଯାଏ. ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ।

The post କରୋନା ସଂକ୍ରମଣର ଆଶଙ୍କା ବଢ଼ିଲେ ସର୍ଭେଲାନ୍ସକୁ ଜୋରଦାର କରାଯିବ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3lLQMZx

Post a Comment

0 Comments