
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ମହାମାରୀରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୫୯୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକରୁ ୭୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୩୮, ଯାଜପୁରରୁ ୨୨, ଜଗତସିଂହପୁରରୁ ୧୮, ମୟୂରଭଂଜରୁ ୧୪, ଅନୁଗୁଳ, ସମ୍ବଲପୁରରୁ ୧୧-୧୧, ଭଦ୍ରକରୁ ୭, ପୁରୀରୁ ୬, ଗଂଜାମ, ସୁନ୍ଦରଗଡ଼ରୁ ୫-୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝରରୁ ୪-୪, ବଲାଙ୍ଗୀର, କୋରାପୁଟରୁ ୩-୩, ଦେବଗଡ଼, କନ୍ଧମାଳ, ରାୟଗଡ଼ାରୁ ୨-୨, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁରରୁ ୧-୧ ଓ ରାଜ୍ୟପୁଲରୁ ୩୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୨୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨ first appeared on Sambad.from କରୋନା | Sambad https://ift.tt/3BhusMH
0 Comments