ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୬୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୬୧୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଳକ୍ଷ ୨୩ ହଜାର ୩୯୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୩୩, ମୟୂରଭଂଜରୁ ୧୭, ସୁନ୍ଦରଗଡ଼ରୁ ୧୫, ପୁରୀରୁ ୧୨, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୧୧-୧୧, ଯାଜପୁରରୁ ୧୦, ଜଗତସିଂହପୁର, ନୟାଗଡ଼ରୁ ୭ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ଭଦ୍ରକ, ବଲାଙ୍ଗୀର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ଦେବଗଡ଼, ଝାରସୁଗୁଡ଼ାରୁ ୪-୪ ଜଣ, ଅନୁଗୁଳ, ବରଗଡ଼, ଢେଙ୍କାନାଳରୁ ୩ ଜଣ ଲେଖାଏଁ, ଗଜପତି, ଗଂଜାମ, କନ୍ଧମାଳ, କେନ୍ଦୁଝର, ରାୟଗଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୭୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୬୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭ first appeared on Sambad.from କରୋନା | Sambad https://ift.tt/3phxKwc
0 Comments