କଟକ: କୋଭିଡ ଟିକା ପାଇଁ ପୁଣି ଦଳାଚକଟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡ଼ି। ଆଠଗଡ଼ ବ୍ଲକର ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅବସ୍ଥା ଥରେ ନୁହେଁ, ବରଂ ବାରମ୍ବାର ଦେଖିବାକୁ ମିଳୁଛି।
ସକାଳୁ ସକାଳୁ ଟିକା କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଟିକା ନେବା ପାଇଁ ଠେଲାପେଲା ହୋଇଥିଲେ ଧାଡ଼ିରେ ଠିଆ ହୋଇଥିବା ଲୋକେ। କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଭୋରୁ ଧାଡ଼ି ଲଗାଇ ଠିଆ ହୋଇଥିବା ଲୋକେ ଟିକା ନ ପାଇ ଶେଷରେ ଘରୁ ଫେରିଛନ୍ତି।
The post ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟିକା ପାଇଁ ଦଳାଚକଟା first appeared on Sambad.from କରୋନା | Sambad https://ift.tt/3Fcay82
0 Comments