ଥିିରୁବନନ୍ତପୁରମ: କୋଭିଡ୍‌-୧୯ ଦ୍ୱାରା ଦେଶର ଅନ୍ୟତମ ସର୍ବାଧିକ ପ୍ରଭାବିତ ରାଜ୍ୟ କେରଳରେ ଏପର୍ଯ୍ୟନ୍ତ ୪୧ ଜଣ ଗର୍ଭବତୀ ମହିଳା କୋଭିଡରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ ଆଜି କହିଛନ୍ତି। ସେହିପରି କୋଭିଡ୍‌ରେ ସଂକ୍ରମିତ ହେବାପରେ ଭୟ ଓ ଆଶଙ୍କାରେ କେରଳରେ ୧୪୯ ଜଣ ଆତ୍ମହତ୍ୟା କରିଥିବା ଶ୍ରୀମତୀ ଜର୍ଜ ପ୍ରଶ୍ନକାଳରେ କେରଳ ବିଧାନସଭାରେ କହିଛନ୍ତି। ଅଦ୍ୟାବଧି ରାଜ୍ୟର ମୋଟ ଜନସଂଖ୍ୟାର ୧୭ ପ୍ରତିଶତ କୋଭିଡ୍‌ରେ ଆକ୍ରାନ୍ତ ହୋଇ ସାରିଥିବା ସେ ସୂଚନା ଦେଇଛନ୍ତି।

ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ କିମ୍ବା ଆଇସିଏମ୍‌ଆର୍‌ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, କେରଳରେ ସେରୋ ସକାରାତ୍ମକତା ହାର ମେ, ଅଗଷ୍ଟ ଏବଂ ଡିସେମ୍ବର ମାସରେ ଯଥାକ୍ରମେ ୦.୩୩ ପ୍ରତିଶତ, ୦.୮୮ ପ୍ରତିଶତ ଏବଂ ୧୧.୬ ପ୍ରତିଶତ ଏବଂ ମେ ୨୦୨୧ରେ ୪୪.୪ ପ୍ରତିଶତ ଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ, ଚଳିତ ବର୍ଷ ଅଗଷ୍ଟ-ସେପ୍ଟେଟର ସମୟରେ ରାଜ୍ୟରେ କରାଯାଇଥିବା ସେରୋ ସର୍ଭେ ଅଧ୍ୟୟନ ଅନୁଯାୟୀ ଏହା ବର୍ତ୍ତମାନ ୮୨.୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ସେରୋ ସକାରାତ୍ମକତା ହାରରେ ବୃଦ୍ଧି ଆଶା କରାଯାଉଥିଲା ଏବଂ ଏହା ଟିକାକରଣର ଅଗ୍ରଗତି ଏବଂ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ହୋଇ ଥାଇପାରେ ବୋଲି ସେ କହିଛନ୍ତି। ଏହା ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ କୋଭିଡ୍‌-୧୯ ପରିଚାଳନା ପଦକ୍ଷେପର ପ୍ରତିଫଳନ। କାରଣ ସେରୋ ସର୍ଭେର ତଥ୍ୟ ସୂଚିତ କରିଛି ଯେ ରାଜ୍ୟରେ ଜନସଂଖ୍ୟାର ଏକ ବୃହତ ଭାଗ ଏବେ କୋଭିଡ୍‌ ମହାମାରୀ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ହାସଲ କରି ସାରିଲେଣି।

The post କେରଳ: କୋଭିଡରେ ୪୧ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୯ ସଂକ୍ରମିତ କରିଛନ୍ତି ଆତ୍ମହତ୍ୟା first appeared on Sambad.

from କରୋନା | Sambad https://ift.tt/2ZofFS8