ଭୁବନେଶ୍ୱର: ରାଜ୍ୟରେ ଆଜି ୬୦୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୨୪୯ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୧୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୮୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୯, ମୟରଭଂଜ, ସମ୍ବଲପୁରରୁ ୧୯-୧୯, ଯାଜପୁରରୁ ୧୬, ପୁରୀରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଢେଙ୍କାନାଳ ଓ ରାୟଗଡ଼ାରୁ ୯-୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଅନୁଗୁଳରୁ ୮, ଭଦ୍ରକ, ଝାରସୁଗୁଡ଼ା, ନୟାଗଡ଼ରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୬, ସୁନ୍ଦରଗଡ଼ରୁ ୪, ଦେବଗଡ଼, ଗଂଜାମରୁ ୩-୩, ବରଗଡ଼, ବଲାଙ୍ଗୀର, କୋରାପୁଟରୁ ୨-୨, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରରୁ ୧-୧ ଓ ରାଜ୍ୟପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି ୬୦୬ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ first appeared on Sambad.

from କରୋନା | Sambad https://ift.tt/3a176i7