ନୂଆଦିଲ୍ଲୀ: ପୂର୍ବାହ୍ନ ୧୦ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି। ୧ ୦୦ କୋଟି କୋଭିଡ୍‌-୧୯ ନିରୋଧୀ ଟିକାକରଣ ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ଇତିହାସ ସୃଷ୍ଟି କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପୋଷ୍ଟ୍‍ ହୋଇଥିବା ଉକ୍ତ ଧାଡ଼ିକିଆ ଟୁଇଟ୍‌ରେ ଉଲ୍ଲେଖ ଅଛି: ଆଜି ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ।

ଗୁରୁବାର ଦିନ ୧୦ଟା ପୂର୍ବରୁ ଦେଶରେ ଟିକାକରଣ ସଂଖ୍ୟା ୧୦୦ କୋଟିରେ ପହଞ୍ଚିବାର ଅଳ୍ପ ସମୟ ପରେ ଏହି ସଫଳତା ହାସଲରେ ସହାୟକ ହୋଇଥିବା ସ୍ୱାସ୍ଥ୍ୟ ସେବା କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ। ଏହି ଉଲ୍ଲେଖନୀୟ ସଫଳତା ଭାରତୀୟ ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୁହିକ ଉଚ୍ଛ୍ୱାସର ବିଜୟ ବୋଲି ସେ କହିଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାମ ମନୋହର ଲୋହିଆ ହସ୍ପିଟାଲ୍‌ର ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାର କର୍ମଚାରୀ ଏବଂ କେତେକ ହିତାଧିକାରୀଙ୍କ ସହ ଆଳାପ କରିଥିଲେ। ତାଙ୍କ ସହ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା।

The post ଆଜି ପୂର୍ବାହ୍ନ ୧୦ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from କରୋନା | Sambad https://ift.tt/30Jhutr