
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିକା ଭୂତାଣୁ ଠାବ ହୋଇଛି। ଗତ ୨୨ ତାରିଖରେ କାନପୁରର ଜଣେ ୫୭ ବର୍ଷୀୟ ପୁରୁଷ ଜିକା ଭୂତାଣୁରେ ସଂକ୍ରମିତ ହେବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଦଳକୁ ଉକ୍ତ ସ୍ଥାନକୁ ପଠାଇଛି। ଜାତୀୟ ଭେକ୍ଟର ବର୍ନ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଡକ୍ଟର ଆରଏମଏଲ୍ ଡାକ୍ତରଖାନାର ବିଶେଷଜ୍ଞ ମାନେ ଏହି ଦଳରେ ଅଛନ୍ତି। ସେମାନେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବେ ଏବଂ ପରିସ୍ଥିତି ଉପରେ ନଜର ରଖିବେ। ଗତକାଲି କାନପୁରର ମୁଖ୍ୟ ଚିକିତ୍ସା ଅଧିକାରୀ ନେପାଳ ସିଂହ କହିଛନ୍ତି ଯେ ଆଇଏଏଫ ଅଧିକାରୀ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ। ପରେ ତାଙ୍କୁ ଜିଲ୍ଲା ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପୁଣେକୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେଠାରେ ସେ ଜିକା ଭାଇରସ୍ ପଜିଟିଭ ବୋଲି ନିଶ୍ଚିତ ହୋଇଛି। ସିଂହ କହିଛନ୍ତି ଯେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ସମାନ ଲକ୍ଷଣ ଥିବା ବ୍ୟକ୍ତିଙ୍କ ୨୨ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସଂସ୍ଥାର ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ଏହା ବ୍ୟତୀତ ଜିଲ୍ଲାରେ ଏହି ଭୂତାଣୁ ନବ୍ୟାପିବ ତାହା ଉପରେ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post ଉତ୍ତରପ୍ରଦେଶରେ ଜିକା କାନପୁର ଗଲେ କେନ୍ଦ୍ରୀୟ ଟିମ୍ first appeared on Sambad.from କରୋନା | Sambad https://ift.tt/3CewzRG
0 Comments