ନ୍ୟୁୟର୍କ:   ଆମେରିକାରେ ଏବେ ୫ରୁ ୧୧ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବ । ଶନିବାର ଦିନ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ପିଲାମାନଙ୍କ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋଏନଟେନ୍ ଦ୍ବ‌ାରା ପ୍ରସ୍ତୁତ ଟିକାକୁ ଏ ନେଇ ମଞ୍ଜୁରୀ ମିଳିଛି ।

ଏଭଳି ଅନୁମତି ପାଇବା ପରେ ଫାଇଜର ପକ୍ଷରୁ କୁହାଯାଇଛି କି ଏହି ଟିକାର ଦୁଇଟି ଖୋରାକ ପିଲାମାନଙ୍କୁ ୨୧ ଦିନ ଅନ୍ତରରେ ଦିଆଯିବ । ଫାଇଜର କମ୍ପାନିର ମୁଖ୍ୟ ସଂଯୋଜକ ଅଲବର୍ଟ ବୋଲାଙ୍କ ସୂଚନା ଅନୁଯାୟୀ, ‘ଆମେରିକାରେ ୬୦ ଲକ୍ଷରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇସାରିଛନ୍ତି, ଟିକାକରଣ ପରେ ପିଲାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦିଆଯାଇ ପାରିବ।’

ଉଲ୍ଲେଖଯୋଗ୍ୟ, ଏଫଡିଏ ଫାଇଜର ଟିକାକୁ ଅନୁମତି ଦେବା ପୂର୍ବରୁ ମଙ୍ଗଳବାର  ଟିକାକୁ ନେଇ ବିସ୍ତୃତ ସୂଚନା ସଂଗ୍ରହ କରାଯିବ ଓ ଏହାପରେ ପିଲାମାନଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହେବ । ଏଫଡିଏର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର ପିଟର କହିଛନ୍ତି କି କରୋନା ମହାମାରୀ କାରଣରୁ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ସମାଜ ପ୍ରତିଟି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି । ଏହାସହ କରୋନା ମହାମାରୀ ପିଲାମାନଙ୍କର ଶାରିରୀକ ବିକାଶ ସହ ସାମାଜିକ ବିକାଶରେ ବି ବାଧକ ସୃଷ୍ଟି କରିଛି।

The post ଆମେରିକାରେ ୫-୧୧ ବର୍ଷର ପିଲାମାନଙ୍କୁ ଦିଆଯିବ କରୋନା ଟିକା, ଫାଇଜର୍ ଟିକାକୁ ଏଫଡିଏର ମଞ୍ଜୁରୀ first appeared on Sambad.

from କରୋନା | Sambad https://ift.tt/3jQ7rtp