ଭୁବନେଶ୍ୱର: କରୋନା କଟକଣା ମାନିବାରେ ଟିକେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ପାଖରୁ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା। ଯେଉଁଠି ଅଧିକ ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। କଟକ ଓ ଭୁବନେଶ୍ୱର ସଂକ୍ରମଣ ଅଧିକ ରହୁଛି। ଏଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ ରହିଛି। ଭିଡ଼କୁ ଏଡେଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି।

ଏହାଛଡ଼ା ପୂଜାରେ ସତର୍କ ରହିବା ଦରକାର। ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ।

The post ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3FrLL01