
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟାରେ ୧୨,୮୩୦ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ ୪୪୬ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟ ମୁତାବକ ଦେଶରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୧,୫୯,୯୭୨ରେ ପହଞ୍ଚିଛି, ଯାହାକି ୨୪୭ ଦିନରେ ସବୁଠାରୁ କମ୍। ଅନ୍ୟପକ୍ଷରେ ଲଗାତାର ୨୩ ଦିନ ଧରି ଦୈନିକ ସଂକ୍ରମଣ ମାମଲା ୨୦ ହଜାର ତଳେ ରହିବା ଆଶ୍ବସ୍ତିର କାରଣ ହୋଇଛି। ତେବେ ପଶ୍ଚିମବଂଗ ଓ ତାମିଲନାଡ଼ୁରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଦୁଇ ରାଜ୍ୟ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ଦେଶରେ ଏବେ ମୋଟ୍ କରୋନା ମୃତ୍ୟୁ ୪,୫୮,୧୮୬ରେ ପହଞ୍ଚିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୨,୭୩,୩୦୦ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଏବେ ଦୈନିକ ସଂକ୍ରମଣ ହାର ୧.୧୩ ପ୍ରତିଶତ ରହିଛି । ଗତ ୨୭ ଦିନ ଧରି ଦୈନିକ ସଂକ୍ରମଣ ୨ ପ୍ରତିଶତରୁ କମ୍ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧.୧୮ ପ୍ରତିଶତ ରହିଛି । ଆଜି ଦେଶରେ ଯେଉଁ ୪୪୬ଟି କୋଭିଡ୍ ମୃତ୍ୟୁ ମାମଲା ଦର୍ଶାଯାଇଛି ସେଥିରୁ ୩୫୮ ମାମଲା କେବଳ କେରଳର ବୋଲି ଜଣାପଡ଼ିଛି। କେରଳ ଗତ କିଛିଦିନ ଧରି କୋଭିଡ୍ ମୃତ୍ୟୁ ସଂଖ୍ୟାରେ ଲଗାତାର ସଂଶୋଧନ କରିଚାଲିଛି।
The post ୨୪୭ ଦିନରେ ସବୁଠାରୁ କମ୍ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ହାର ୧.୧୩% first appeared on Sambad.ଦିଲ୍ଲୀରେ ଅକ୍ଟୋବରରେ ସଂଗୃହୀତ ନମୁନାର ୯୯% ଡେଲ୍ଟା ଭାରିଆଣ୍ଟ
ନୂଆଦିଲ୍ଲୀ : ଅକ୍ଟୋବର ମାସରେ କୋଭିଡ୍-୧୯ରେ ସଂକ୍ରମିତ ରୋଗୀଙ୍କଠାରୁ ସଂଗୃହୀତ ସାମ୍ପଲ୍ର ୯୯% ଡେଲ୍ଟା ଭାରିଆଣ୍ଟ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଜୁନ୍ ଓ ଜୁଲାଇ ମାସରେ ସଂଗୃହୀତ ସାମ୍ପଲ୍ରୁ ଯଥାକ୍ରମେ ୯୦% ଏବଂ ୫୨%ରେ ଡେଲ୍ଟା ଭାରିଆଣ୍ଟ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜିନୋମିକ୍ସ କନସର୍ଟିଅମ (ଆଇଏନ୍ଏସ୍ଏସିଓଜି) ସ୍ଥାପନ ହେବାଠାରୁ ବିଭିନ୍ନ ମାସରେ ଦିଲ୍ଲୀରୁ ସଂଗୃହୀତ ୭,୩୬୧ ସାମ୍ପଲ୍ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୨,୮୭୩ (୩୯.୦୩%) ଡେଲ୍ଟା ଭାରିଆଣ୍ଟ ଥିବା ରିପୋର୍ଟ ମିଳିଥିଲା। ସେହିଭଳି କୋଭିଡ୍-୧୯ର ଦ୍ବିତୀୟ ଲହର ଆରମ୍ଭ ହେବା ପରେ ହୋଇଥିବା ଷଷ୍ଠ ସେରୋ ସର୍ଭେରୁ ଜଣାପଡ଼ିଛି, ଦିଲ୍ଲୀରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳାଙ୍କଠାରେ ସେରୋ ପଜିଟିଭ୍ ଚିହ୍ନଟ ହୋଇଛି।
from କରୋନା | Sambad https://ift.tt/3buQ8JH
0 Comments