
ଭୁବନେଶ୍ବର: ଶିଶୁମାନେ ବିନା ଛୁଞ୍ଚିରେ ଟିକା ନେବେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି। ଡିସିଜିଆଇ ଦ୍ବାରା ଅନୁମୋଦିତ ଯାଇପର ଡି ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବ।
ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ନିର୍ଦେଶ ଆସିବା ମାତ୍ରେ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ।ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ। ତାହା ଅନୁସାରେ ଆମେ ଟିକାକରଣ କରାଇବୁ।
ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି। ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି। ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି।
The post ବିନା ଛୁଞ୍ଚିରେ ଟିକା ନେବେ ଶିଶୁ: ଦୁଇଟି ଟିକା ନେବା ପାଇଁ ପରାମର୍ଶ first appeared on Sambad.from କରୋନା | Sambad https://ift.tt/3m3oNVa
0 Comments