
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯୧ ଆକ୍ରାନ୍ତ ସୁସ୍ଥ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୭୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ ୩୦, ଯାଜପୁରରୁ ୨୯, ପୁରୀରୁ ୨୨, ଭଦ୍ରକରୁ ୧୬, ମୟୂରଭଂଜରୁ ୧୪, ସମ୍ବଲପୁରରୁ ୧୨, ବାଲେଶ୍ୱର, ସୁନ୍ଦରଗଡ଼ରୁ ୧୧-୧୧ ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ଢେଙ୍କାନାଳ, ନୟାଗଡ଼ରୁ ୭-୭, ଅନୁଗୁଳରୁ ୬, ବରଗଡ଼, ଝାରସୁଗୁଡ଼ାରୁ ୫-୫, ଦେବେଗଡ଼, ଗଂଜାମରୁ ୪-୪, କନ୍ଧମାଳ, କେନ୍ଦୁଝର, କୋରାପୁଟ, ରାୟଗଡ଼ାରୁ ୨ ଜଣ ଲେଖାଏଁ, ବୌଦ୍ଧ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଓ ରାଜ୍ୟପୁଲରୁ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ first appeared on Sambad.from କରୋନା | Sambad https://ift.tt/2Y9CXKL
0 Comments