
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ମହାମାରୀରୁ ଆଜି ୫୫୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୧୪୨ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରେ ଆଜି ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ମୟୂରଭଂଜରୁ ୨୭, ପୁରୀରୁ ୧୭, ସୁନ୍ଦରଗଡ଼ରୁ ୧୫, କେନ୍ଦ୍ରାପଡ଼ାରୁ ୧୧, ସମ୍ବଲପୁରରୁ ୧୦ ଓ ଭଦ୍ରକରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ନୟାଗଡ଼ରୁ ୬ , ଅନୁଗୁଳ, ଗଂଜାମ, ଝାରସୁଗୁଡ଼ା, ରାୟଗଡ଼ାରୁ ୫ ଜଣ ଲେଖାଏଁ, ବରଗଡ଼, ଦେବଗଡ଼ରୁ ୪-୪, ଗଜପତିରୁ ୩, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନୂଆପଡ଼ାରୁ ୨ ଜଣ ଲେଖାଏଁ, କନ୍ଧମାଳ, ସୁବର୍ଣ୍ଣପୁରରୁ ଜଣେ ଲୋଖାଏଁ ଓ ରାଜ୍ୟପୁଲରୁ ୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୫୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ first appeared on Sambad.from କରୋନା | Sambad https://ift.tt/3mbPQwf
0 Comments