ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୧୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୩୭ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୪୫ଜଣ ରହିଛନ୍ତି। ଏଯାବତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୭୩ରେ ପହଞ୍ଚିଛି।
Update on newly detected #COVID19 cases in the last
24 hrs under the BMC area on
15th September (till 9am). pic.twitter.com/85IzJSJcv0— BMC (@bmcbbsr) September 15, 2021
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୧୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାବତ ସୁସ୍ଥଙ୍କ ସଂଖ୍ୟା ୧୦୫୪୧୯ରେ ପହଞ୍ଚିଛି। ସେହିପରି ଏହି ମହାମାରୀ କରୋନାରେ ୧୦୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ମାମଲା ୩୫୨୦ଟି ରହିଛି।
The post ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୭୩ରେ ପହଞ୍ଚିଲା first appeared on Sambad.from କରୋନା | Sambad https://ift.tt/2XmA4Wx
0 Comments