
ଭୁବନେଶ୍ବର : ନୂଆ କରୋନା ଭୂତାଣୁ ଜାନୁଆରିରୁ ଚିହ୍ନଟ ହୋଇଛି। ଯାହାକି କଲମ୍ବିଆରେ ଅଧିକ ସଂକ୍ରମିତ କରୁଛି। କଲମ୍ବିଆରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୯ ପ୍ରତିଶତ ଏହି ନୂଆ ଭୂତାଣୁ ଦ୍ବାରା ସଂକ୍ରମିତ। ଇକ୍ୱେଡରରେ ମଧ୍ୟ ବହୁ ଲୋକ ଏହା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ସମଗ୍ର ବିଶ୍ୱରେ ଏହି ନୂଆ ଭୂତାଣୁ ପ୍ରାଦୁର୍ଭାବ ମାତ୍ର ୦.୧ ପ୍ରତିଶତ ରହିଛି ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ଡାକ୍ତର ମହାନ୍ତିଙ୍କ ସୂଚନା ହେଲା, ଅଗଷ୍ଟ ୩୦ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ‘ଭାରିଆଣ୍ଟ୍ ଅଫ୍ ଇଣ୍ଟରେଷ୍ଟ୍’ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ‘ଭାରିଆଣ୍ଟ୍ ଅଫ କନସନ୍’ ବୋଲି ହୁ କହିନି। ଏହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି। ଏହାର ସଂକ୍ରମଣ କ୍ଷମତା ବଢ଼ିପାରେ ଓ ଅଧିକ ଗୁରୁତର କରିପାରେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ। ଏହା ଉପରେ ଆହୁରି ଅନୁଧ୍ୟାନ ଆବଶ୍ୟକ ବୋଲି ‘ହୁ’ କହିଥିବା ଡାକ୍ତର ମହାନ୍ତି କହିଛନ୍ତି।
କରୋନା ନିୟନ୍ତ୍ରଣ ପାଇଁ ଗୋଟିଏ ହେଲା ଆଚରଣ ବିଧି ଓ ଅନ୍ୟଟି ହେଲା ଆଚରଣ ପାଳନ। ସରକାର ଲୋକଙ୍କ ସୁବିଧା ପାଇଁ ବିଧିକୁ କୋହଳ କଲେ। କିନ୍ତୁ ଲୋକେ ଆଚରଣ ବିଧିକୁ ମାନୁନାହାନ୍ତି। କଟକ ଓ ଭୁବନେଶ୍ୱରରେ ଅଧିକ ଜନଗହଳି ହେଉଛି। ବାସ୍ତବ ଦୃଷ୍ଟିରୁ ସାମାଜିକ ଦୂରତା ପାଳନ କରାଯାଉ ନାହିଁ।
The post ନୂଆ କରୋନା ଭୂତାଣୁ ଉପରେ ନଜର first appeared on Sambad.from କରୋନା | Sambad https://ift.tt/3toqleA
0 Comments