ଭୁବନେଶ୍ୱର: ଟିକାକରଣ ନେଇ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆସିଛି। ସମଗ୍ର ଭାରତ ସମେତ ରାଜ୍ୟରେ ଗତ ଜାନୁଆରି ମାସ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇସାରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ରାଜ୍ୟରେ ଟିକାକରଣକୁ ଅପୂର୍ବ ସଫଳତା ମିଳିଥିବାରୁ ସରକାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜଣାଯାଇଛି। କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଟିକାକରଣ ପାଇଁ ବଡ଼ ଉଦ୍ୟମ କରିଛନ୍ତି। ସେହିଭଳି ଏହି କାମରେ ଓଡ଼ିଶାର ଲୋକେ ମଧ୍ୟ ସହଯୋଗ କରିଛନ୍ତି।

The post ରାଜ୍ୟରେ କରୋନା ଟିକାକରଣ ୩ କୋଟି ଡୋଜ୍‌ ଟପିଲା first appeared on Sambad.

from କରୋନା | Sambad https://ift.tt/3zOsHF5