ନୂଆଦିଲ୍ଲୀ : ‌ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୨୪.୭ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୩୭,୩୯,୯୮୦ରେ ପହଞ୍ଚିଛି। କେରଳରେ ଗତ ୨୪ ଘଣ୍ଟାରେ ୧୨,୧୬୧ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩,୧୮୭, ମିଜୋରାମରେ ୧୭୪୧, ତାମିଲନାଡ଼ୁରେ ୧୬୨୪ ଏବଂ ଆନ୍ଧ୍ରପ୍ରଦେଶରେ ୧୦୮୪ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ମୋଟ୍‌ ୮୪.୧୪ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଗତ ୨୪ ଘଣ୍ଟାରେ ୫,୫୦୦ କମିଯାଇଛି।

ଦେଶରେ ସକ୍ରିୟ ମାମଲା ୨,୭୭,୦୨୦ ରହିଛି। ୨୪ ଘଣ୍ଟାରେ ଦେଶରେ ୩୧୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୪୮,୦୬୨କୁ ବୃଦ୍ଧି ପାଇଛି। କେରଳରେ ସର୍ବାଧିକ ୧୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ଏବେ ୯୭.୮୫ ପ୍ରତିଶତ। ଗତକାଲି ଗୋଟିଏ ଦିନରେ ୨୮,୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୩୦,୧୪,୮୯୮। ସାପ୍ତାହିକ ପଜିଟିଭ୍‌ ହାର ୧.୭୪ ପ୍ରତିଶତ ଏବଂ ଦୈନିକ ପଜିଟିଭ୍‌ ହାର ୧.୫୬ ପ୍ରତିଶତ। ଲଗାତାର ୯୭ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି ଏବଂ ୩୧ ଦିନ ଧରି ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି।

The post ଦେଶରେ ଦୈନିକ ସଂକ୍ରମଣରେ ୨୪% ବୃଦ୍ଧି, ପୁଣି ୨୦ ହଜାର ଉପରେ ସଂକ୍ରମଣ ମାମଲା first appeared on Sambad.

from କରୋନା | Sambad https://ift.tt/2ZLTW6V