
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୧,୯୨୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୮୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୩୫,୬୩,୪୨୧। ଅନ୍ୟପକ୍ଷେ କରୋନା ମୃତ୍ୟୁ ୪,୪୬,୦୫୦। ଗତକାଲି ତୁଳନାରେ ଦେଶରେ ସଂକ୍ରମଣ ମାମଲା ୧୮.୪ ପ୍ରତିଶତ ବଢ଼ିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ମିଜୋରାମରୁ ନୂଆ ମାମଲାର ୮୬.୫୩ ପ୍ରତିଶତ ରହିଛି। କେରଳରେ ଗତ ୨୪ ଘଣ୍ଟାରେ ୧୯,୬୭୫ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୩,୬୦୮, ତାମିଲନାଡ଼ୁରେ ୧୬୮୨, ଆନ୍ଧ୍ରପ୍ରଦେଶରେ ୧୩୬୫ ଏବଂ ମିଜୋରାମରେ ୧୨୯୪ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୪୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ଏବେ ୯୭.୭୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୩୧,୯୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୨୮,୧୫,୭୩୧। ଅନ୍ୟପକ୍ଷେ ସକ୍ରିୟ ମାମଲା ୩,୦୧,୬୪୦। ଦେଶରେ ସାପ୍ତାହିକ ପଜିଟିଭ୍ ହାର ୨.୧୧ ପ୍ରତିଶତ। ଲଗାତାର ୯୦ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍ ହାର ୨.୦୯ ପ୍ରତିଶତ। ଗତ ୨୪ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହୁଛି। ଏଯାବତ ଦେଶରେ ୫୫.୮୩ କୋଟି ନମୂନା ପରୀକ୍ଷା ହୋଇଛି। ୮୩.୩୯ କୋଟି ଲୋକ ଟିକା ନେଲେଣି।
ନୂଆଦିଲ୍ଲୀ : ବିଶ୍ବରେ କରୋନା ସଂକ୍ରମଣ ଲଗାତାର ଭାବେ କମିବାରେ ଲାଗିଛି। ଗତ ସପ୍ତାହରେ କରୋନା ସଂକ୍ରମଣ ବହୁତ କମିଯାଇଛି। ଗତ ସପ୍ତାହରେ ବିଶ୍ବରେ ନୂଆ ସଂକ୍ରମଣ ମାମଲା ୩.୬ ନିୟୁତ ଥିଲା। ତେବେ ଏହାର ପୂର୍ବ ସପ୍ତାହରେ ନୂଆ ସଂକ୍ରମଣ ମାମଲା ୪ ନିୟୁତ ଥିଲା। ଗତ ୨ ମାସରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ନୂଆ ସଂକ୍ରମଣ ମାମଲାରେ ସବୁଠୁ ବେଶୀ ହ୍ରାସ ହୋଇଛି। ୨ଟି ଅଞ୍ଚଳ ତଥା ମଧ୍ୟ ପ୍ରାଚ୍ୟରେ କରୋନା ସଂକ୍ରମଣ ୨୨ପ୍ରତିଶତ ହ୍ରାସ ହୋଇଥିବାବେଳେ ଦକ୍ଷିଣପୂର୍ବ ଏସିଆରେ ସଂକ୍ରମଣ ୧୬ ପ୍ରତିଶତ ହ୍ରାସ ହୋଇଛି। ଜାତିସଂଘ ସୂଚନା ଅନୁଯାୟୀ ଗତ ସପ୍ତାହରେ କରୋନା ମୃତ୍ୟୁ ୬୦ହଜାର ତଳେ ରହିଛି। ପୂର୍ବ ସପ୍ତାହ ତୁଳନାରେ କରୋନା ମୃତ୍ୟୁରେ ୭ ପ୍ରତିଶତ ହ୍ରାସ ହୋଇଛି। ‘ହୁ’ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଏସିଆରେ କୋଭିଡ୍ ମୃତ୍ୟୁରେ ୩୦ ପ୍ରତିଶତ ହ୍ରାସ ହୋଇଥିବାବେଳେ ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ୭ ପ୍ରତିଶତ କୋଭିଡ୍ ମୃତ୍ୟୁ ବଢ଼ିଛି। ଆମେରିକା, ଭାରତ, ବ୍ରିଟେନ୍, ତୁର୍କୀ ଏବଂ ଫିଲିପାଇନ୍ସରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ରହିଛି। ‘ହୁ’ ଅନୁଯାୟୀ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଡେଲ୍ଟା ପ୍ରଜାତି ୧୮୫ଟି ରାଷ୍ଟ୍ରରେ ଚିହ୍ନଟ ହୋଇ ସାରିଛି।
The post ବିଶ୍ବରେ କରୋନା ସଂକ୍ରମଣ ଲଗାତାର କମୁଛି: ‘ହୁ’ ୨ ମାସରେ ସବୁଠୁ କମ୍ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3zE4eC6
0 Comments