ଭୁବନେଶ୍ବର: ଗତକାଲି ଓଡ଼ିଶାରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ରାଜ୍ୟରେ ଗତ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହୋଇଥିଲା। ଗତକାଲି ୪ ଲକ୍ଷ ୧୬ ହଜାର ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି। ଏହା ଭିତରୁ ୬୬ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି। ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି।
ଏବେ ବି ବର୍ତ୍ତମାନ ଆମ ପାଖରେ ୨୨ ଲକ୍ଷ ଟିକା ମହଜୁଦ ରହିଛି। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରୁଛୁ।
The post ଗତକାଲି ଓଡ଼ିଶାରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି: ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3lIjOYv
0 Comments