ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ହଜାର ୫୬୪ରେ ପହଂଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୬୮, ବାଲେଶ୍ବରରୁ ୩୩, ସୁନ୍ଦରଗଡ଼ରୁ ୨୬, ଜଗତସିଂହପୁରରୁ ୨୩, ପୁରୀରୁ ୨୧, ଯାଜପୁର, ମୟୂରଭଂଜରୁ ୧୯-୧୯, କେନ୍ଦ୍ରାପଡ଼ାରୁ ୧୮, ବରଗଡ଼ରୁ ୧୩ ଓ କୋରାପୁଟରୁ ୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ସମ୍ବଲପୁରରୁ ୧୦, ଢେଙ୍କାନାଳ, ନୟାଗଡ଼ରୁ ୯-୯ ଜଣ, କେନ୍ଦୁଝରରୁ ୮, ଝାରସୁଗୁଡ଼ା ୭, ଦେବଗଡ଼ରୁ ୬, ଭଦ୍ରକରୁ ୫, ଅନୁଗୁଳ, ନବରଂଗପୁରରୁ ୪-୪, ଗଂଜାମ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରରୁ ୩-୩, ବଲାଙ୍ଗୀରରୁ ୨, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୭୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୧୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୫ first appeared on Sambad.from କରୋନା | Sambad https://ift.tt/3nHrMUD
0 Comments