
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୪୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୮୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୬, ଯାଜପୁରରୁ ୨୦, ମୟୂରଭଂଜରୁ ୧୯, ଜଗତସିଂହପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୦, ଝାରସୁଗୁଡ଼ାରୁ ୯, ରାୟଗଡ଼ାରୁ ୮, ଅନୁଗୁଳରୁ ୭ ଓ ଢେଙ୍କାନାଳ, ପୁରୀରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସୁନ୍ଦରଗଡ଼ରୁ ୫, ଭଦ୍ରକ, ଗଂଜାମ, କୋରାପୁଟ, ନୟାଗଡ଼ରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩, ଦେବଗଡ଼, କେନ୍ଦୁଝର, ନୟାଗଡ଼ରୁ ୨-୨ ଜଣ, ବଲାଙ୍ଗୀର, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୧୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦ first appeared on Sambad.from କରୋନା | Sambad https://ift.tt/3ACkQM4
0 Comments