ଭୁବନେଶ୍ୱର : ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ପୁଣି ବଢ଼ିଛି। ଗତକାଲି ୨୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୦୭୮ରେ ପହଞ୍ଚିଛି। ସେହିପରି ଏଯାବତ ୧୦୪୭୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୦୦୯ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି। ଏବେ ବି ରାଜଧାନୀରେ ୩୩୩୨ଟି କରୋନା ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୮୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୯୮ ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୯୦ଜଣ ରହିଛନ୍ତି।

The post ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୦୭୮ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3nhQKcZ