ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୯୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ହଜାର ୬୬ରେ ପହଂଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ବରରେ ୪୧, ଯାଜପୁରରୁ ୨୬, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରୁ ୨୪-୨୪, ମୟୂରଭଂଜରୁ ୨୦, ନୟାଗଡ଼ରୁ ୧୯, ଜଗତସିଂହପୁରରୁ ୧୭, ଭଦ୍ରକ ଓ ପୁରୀରୁ ୧୫-୧୫ ଜଣ କ‌େରୋନାରୁ ସୁସ୍ଥ ‌ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୧, ସମ୍ବଲପୁରରୁ ୧୦, ଢେଙ୍କାନାଳ, ରାୟଗଡ଼ାରୁ ୬-୬, ଅନୁଗୁଳ, କେନ୍ଦୁଝରରୁ ୫-୫, ଝାରସୁଗୁଡ଼ା, କନ୍ଧମାଳରୁ ୪-୪, ବଲାଙ୍ଗୀର, ଗଂଜାମରୁ ୩-୩, କୋରାପୁଟ, ମାଲକାନଗିରି, ନୂଆପଡ଼ାରୁ ୨-୨, ଦେବଗଡ଼, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲର ୭୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୯୬ ଆକ୍ରାନ୍ତ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/3EthE7X

Post a Comment

0 Comments