ନୂଆଦିଲ୍ଲୀ, ୨୧/୯: ବ୍ରିଟେନ୍‌ର କ୍ବାରାଣ୍ଟିନ୍‌ ନୀତିକୁ କେନ୍ଦ୍ର ସରକାର ଭେଦଭାବପୂର୍ଣ୍ଣ କହିଛନ୍ତି। ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟ ୧୦ ଦିନ କ୍ବାରାଣ୍ଟିନରେ ରହିବାକୁ ବ୍ରିଟେନ୍‌ ବାଧ୍ୟତାମୂଳକ କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଭଳି ନିଷ୍ପତ୍ତି ତୁରନ୍ତ ବଦଳିବା ଦରକାର ବୋଲି ଆଜି ଭାରତ ବ୍ରିଟେନ୍‌କୁ ସ୍ପଷ୍ଟ ଜଣାଇ ଦେଇଛି। କେବଳ ଭାରତ ନୁହେଁ, ଆଫ୍ରିକା, ଦକ୍ଷିଣ ଆମେରିକା, ୟୁଏଇ, ଜୋର୍ଡାନ, ଥାଇଲାଣ୍ଡ ଏବଂ ରୁଷିଆର ଯାତ୍ରୀମାନେ ଟିକା ନେଇଥିଲେ ବି ବ୍ରିଟେନରେ ସେମାନଙ୍କୁ ଟିକା ନେଇନାହାନ୍ତି ବୋଲି ବିବେଚନା କରାଯିବ। କୋଭିସିଲ୍‌ଡ ଟିକାର ମାନ୍ୟତାକୁ ସମସ୍ତ ପ୍ରମୁଖ ରାଷ୍ଟ୍ର ଗ୍ରହଣ କରିଥିବା ବେଳେ ବ୍ରିଟେନ୍‌ର ଭିନ୍ନ ନୀତି ଏବଂ କ୍ବାରାଣ୍ଟିନ୍‌ ଭେଦଭାବପୂର୍ଣ୍ଣ ବୋଲି ଭାରତ କହିଛି । କୋଭିସିଲ୍ଡ ଟିକାକୁ ସ୍ବୀକୃତି ନଦେବା ପଛରେ କିଛି ବଳିଷ୍ଠ ତର୍କ ନାହିଁ ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି। ଯଦି ବ୍ରିଟେନ୍‌ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ ନକଳେ ତେବେ ଆମେ ବି ପାଲଟା ପଦକ୍ଷେପ ଗ୍ରହଣ କରିବୁ ବୋଲି ଜୟଶଙ୍କର କଡ଼ା ଚେତାବନୀ ଦେଇଛନ୍ତି।
ବ୍ରିଟେନ୍‌ କୋଭିସିଲ୍ଡକୁ ଏକ ବୈଧ ଟିକା ଭାବେ ଗ୍ରହଣ ନକରିବା ଏକ ବଡ଼ ଧରଣର ଭେଦଭାବକୁ ଦର୍ଶାଉଛି। ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା କହିଛନ୍ତି, ଏଭଳି କାର୍ଯ୍ୟ ଭାରତୀୟ ନାଗରିକଙ୍କ ବ୍ରିଟେନ୍‌ ଗସ୍ତ ଉପରେ ପ୍ରଭାବ ପକାଇବ।

The post ବ୍ରିଟେନ୍‌ର କ୍ବାରାଣ୍ଟିନ୍‌ ନୀତିକୁ ଭାରତର ବିରୋଧ first appeared on Sambad.

from କରୋନା | Sambad https://ift.tt/3hVntRD