
ୱାସିଂଟନ୍: ବିମାନରେ ଥିବା ବେଳେ ମାସ୍କ୍ ପିନ୍ଧୁ ନ ଥିବା ବର୍ଦ୍ଧିଷ୍ଣୁ ଅବାଧ୍ୟ ଯାତ୍ରୀଙ୍କ ଉପରେ ଦୁଇଗୁଣା ଜରିମାନ କରିବା ଲାଗି ବାଇଡେନ୍ ପ୍ରଶାସନ ଆଦେଶ ଦେଇଛି।
କରୋନାଭାଇରସ୍ର ଡେଲ୍ଟା ପ୍ରଜାତି ସଂକ୍ରମଣ ବିସ୍ତାର ମନ୍ଥର କରାଇବା ପାଇଁ ସରକାରଙ୍କ ସଦ୍ୟତମ ଉଦ୍ୟମର ଅଂଶବିଶେଷ ଭାବେ ବାଣିଜ୍ୟିକ ବିମାନରେ ମାସ୍କ୍ ପରିଧାନ କରିବା ପାଇଁ ନିୟମ କରାଯାଇଛି। ଏହି ‘ଫେଡେରାଲ୍ ନିୟମ’ ଉଲ୍ଲଂଘନକାରୀଙ୍କ ଉପରେ ଦୁଇଗୁଣ ଜରିମାନା କରାଯାଉ ବୋଲି ନିର୍ଦେଶ ମିଳିଛି।
ଗୁରୁବାର ସନ୍ଧ୍ୟାରେ ହ୍ବାଇଟ୍ ହାଉସ୍ରେ ନୂତନ ନିୟମାବଳି ଘୋଷଣା କରିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଲେ, ଯଦି ନିୟମ ଭାଙ୍ଗିବ, ଜରିମାନା ଦେବାକୁ ପ୍ରସ୍ତୁତ ଥାଅ।
ଅବାଧ୍ୟ ଯାତ୍ରୀଙ୍କୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ସମ୍ମାନ ପ୍ରଦର୍ଶନ କର। ବିମାନ ପରିଚାରମାନଙ୍କ ଏବଂ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କ ପ୍ରତି ଯେଭଳି କ୍ରୋଧ ପ୍ରଦର୍ଶନ କରାଯାଉଥିବା ଦୃଶ୍ୟ ଟେଲିଭିଜନ୍ରେ ପ୍ରସାରିତ ହେଉଛି, ତାହା କରିବା ଅନୁଚିତ। ଏସବୁ କୁତ୍ସିତ ଆଚରଣ।
ବିମାନ ବା ସ୍ଥଳ ଭାଗର ସାଧାରଣ ପରିବହନରେ ଅନ୍ୟୂନ ଜାନୁଆରି ମାସ ପର୍ଯ୍ୟନ୍ତ ମାସ୍କ୍ ପିନ୍ଧିବାକୁ ଆମେରିକାର ‘ଫେଡେରାଲ୍ ସରକାର’ ନିୟମ କରିଛନ୍ତି। ତେଣୁ, ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଜରିମାନା ୨୫୦ ଡଲାରରୁ ୧୫୦୦ ଡଲାର୍ ପର୍ଯ୍ୟନ୍ତ ଲାଗୁ ହୋଇପାରିବ ବୋଲି ‘ଟ୍ରାନ୍ସ୍ପୋର୍ଟ ସିକ୍ୟୁରିଟି ଆଡ୍ମିନିଷ୍ଟ୍ରେସନ୍ କହିଛି।
The post ମାସ୍କ୍ ପିନ୍ଧି ନ ଥିବା ବିମାନଯାତ୍ରୀଙ୍କ ଉପରେ ଜରିମାନା ଦୁଇଗୁଣା କରିବାକୁ ଆଦେଶ ଦେଲେ ରାଷ୍ଟ୍ରପତି ବାଇଡେନ୍ first appeared on Sambad.from କରୋନା | Sambad https://ift.tt/3jVadhs
0 Comments