ସବୁ ପିଲାଙ୍କୁ ଟିକା ଦେବା ପାଇଁ ୯ ମାସ ଲାଗିବ: ସ୍କୁଲ ଖୋଲିବା ସପକ୍ଷରେ ମତ ଦେଲେ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ ବିଦ୍ୟାଳୟ ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସପକ୍ଷରେ ମତ ଦେଇଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ଟିକାକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ୯ ମାସ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ପାଠପଢ଼ାକୁ ବନ୍ଦ କରି ରଖାଯାଇ ପାରିବ ନାହିଁ ବୋଲି ଗୁଲେରିଆ କହିଛନ୍ତି। ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ବିଦ୍ୟାଳୟକୁ ବନ୍ଦ କରି ରଖାଯାଇ ପାରିବ ନାହିଁ। ତେବେ କେରଳରେ ଶିକ୍ଷାନୁଷ୍ଠାନ ‌ଗୁଡ଼ିକ ଖୋଲାଯିବା ଉଚିତ ନୁହେଁ।

କାରଣରେ କେରଳରେ ଦିନକୁ ଏବେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀ ଭଳି ସ୍ଥାନ ଯେଉଁଠି କରୋନା ସଂକ୍ରମଣ ଏବେ ସର୍ବନିମ୍ନ ସ୍ତରରେ ରହିଛି ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ବର୍ତ୍ତମାନର ସମୟ ସର୍ବଶ୍ରେଷ୍ଠ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ବିଦ୍ୟାଳୟ ଖୋଲିବା ସଂପର୍କରେ ସେ ଆଉ ଏକ ବଳିଷ୍ଠ ଯୁକ୍ତି ମଧ୍ୟ ରଖିଛନ୍ତି। ସେ କହିଛନ୍ତି ପାଖାପାଖି ଉପସ୍ଥିତ ରହି ପିଲାମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହେବା ଅତ୍ୟନ୍ତ ଆବଶ୍ୟକ। କାରଣ ପିଲାମାନଙ୍କ ମଧ୍ୟରୁ ଅନେକ ପିଲାଙ୍କ ପାଖରେ ଅନଲାଇନରେ ଶିକ୍ଷାଲାଭ କରିବାର ସାଧନ ନାହିଁ। ଏଥିସହିତ ବିଦ୍ୟାଳୟରେ ପିଲାଙ୍କ ସୁରକ୍ଷା ବାବଦରେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶାବଳି ଲାଗୁ ହେବା ଜରୁରୀ ବୋଲି ଗୁଲେରିଆ କହିଛନ୍ତି।

The post ସବୁ ପିଲାଙ୍କୁ ଟିକା ଦେବା ପାଇଁ ୯ ମାସ ଲାଗିବ: ସ୍କୁଲ ଖୋଲିବା ସପକ୍ଷରେ ମତ ଦେଲେ ଗୁଲେରିଆ first appeared on Sambad.

from କରୋନା | Sambad https://ift.tt/38Dg9W0

Post a Comment

0 Comments