ଦେଶରେ ୩୪ ହଜାର ନୂଆ ମାମଲା, କେରଳରେ ୨୩ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୪,୪୦୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୨୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୩,୩୯,୦୫୬। ଏହା ‌ମୋଟ୍‌ ସଂକ୍ରମଣ ମାମଲାର ୧.୦୨ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ୯୭.୬୫ ପ୍ରତିଶତ। ଦେଶରେ ଟେଷ୍ଟ୍‌ ପଜିଟିଭ୍‌ ହାର ୨.୨୫ ପ୍ରତିଶତ। ଲଗାତାର ୧୮ ଦିନ ଧରି ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୯୭ ପ୍ରତିଶତ। ୮୪ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଦେଶରେ ‌ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୨୫,୬୦,୪୭୪। ଅନ୍ୟପକ୍ଷେ ମୃତ୍ୟୁ ହାର ୧.୩୩ ପ୍ରତିଶତ। କେରଳରେ ଆଜି ୨୩,୨୬୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ୨୦.୩୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ମୁମ୍ବାଇରେ ୯୦% ଲୋକଙ୍କ ଶରୀରରେ କୋଭିଡ୍‌ ଆଣ୍ଟିବଡି
ମୁମ୍ବାଇ : ମୁମ୍ବାଇରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ଚିହ୍ନଟ ହୋଇଛି। ପଞ୍ଚମ ସେରୋ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ଅଗଷ୍ଟ ୯ରୁ ସେପ୍ଟେମ୍ବର ୯ ମଧ୍ୟରେ ଏହି ସେରୋ ସର୍ଭେ ହୋଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ, ମୁମ୍ବାଇରେ ୮୬.୬୪ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଆଣ୍ଟିବଡି ଅଛି। ଅର୍ଥାତ୍‌ ସେମାନେ କରୋନା ସଂକ୍ରମିତ ହୋଇସାରିଛନ୍ତି। ମୁମ୍ବାଇର ସମସ୍ତ ୨୪ଟି ୱାର୍ଡରୁ ୮,୬୭୪ ଜଣଙ୍କ ନମୁନା ନେଇ ମୁମ୍ବାଇ ପୌର ନିଗମ ଦ୍ବାରା ଏହି ସେରୋ ସର୍ଭେ ହୋଇଥିଲା। ନମୂନା ସଂଗ୍ରହ ହୋଇଥିବା ୬୫ ପ୍ରତିଶତ ଲୋକ ଗୋଟିଏ ଡୋଜ୍‌ ଟିକା ନେଇ ସାରିଛନ୍ତି। ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଣ୍ଟିବଡି ୯୦.୨୬ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଟିକା ନେଇନଥିବା ଲୋକଙ୍କ ଶରୀରରେ ଆଣ୍ଟିବଡି କେବଳ ୭୯.୮୬ ପ୍ରତିଶତ ରହିଛି।

The post ଦେଶରେ ୩୪ ହଜାର ନୂଆ ମାମଲା, କେରଳରେ ୨୩ ହଜାରରୁ ଅଧିକ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3EqFfGa

Post a Comment

0 Comments