ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ୮୨୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୮୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୬ ହଜାର ୩୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୬, ଯାଜପୁରରୁ ୪୨, ଜଗତସିଂହପୁରରୁ ୩୦, ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ା, ପୁରୀରୁ ୨୦-୨୦, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୬, ବରଗଡ଼ରୁ ୧୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୧୫ ଜଣ, ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୨, ଦେବଗଡ଼ରୁ ୧୦ ଜଣ, ଭଦ୍ରକ, ଢେଙ୍କାନାଳରୁ ୮-୮, ଝାରସୁଗୁଡ଼ା, ମାଲକାନଗିରିରୁ ୬-୬ ଜଣ, ଗଂଜାମ, କୋରାପୁଟରୁ ୪-୪, କଳାହାଣ୍ଡି, କନ୍ଧମାଳରୁ ୩-୩, ନୂଆପଡ଼ା-ରାୟଗଡ଼ାରୁ ୨-୨, ବୌଦ୍ଧ-ସୁବର୍ଣ୍ଣପୁରରୁ ଜଲେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ୮୨୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ first appeared on Sambad.

from କରୋନା | Sambad https://ift.tt/3zOPJMP

Post a Comment

0 Comments