ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ରୁ ୬୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୧୮୩ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ବାଲେଶ୍ୱରରୁ ୨୭, ମୟୂରଭଂଜରୁ ୨୨, କୋରାପୁଟରୁ ୧୫, ପୁରୀରୁ ୧୧, ଅନୁଗୁଳ, ସୁନ୍ଦରଗଡ଼ରୁ ୧୦-୧୦ ଓ ବରଗଡ଼ରୁ ୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା, ମାଲକାନଗିରି, ସମ୍ବଲପୁରରୁ ୮ ଜଣ ଲେଖାଏଁ, ଭଦ୍ରକରୁ ୭, ନୟାଗଡ଼ରୁ ୬, ଗଂଜାମରୁ ୫, ଝାରସୁଗୁଡ଼ାରୁ ୪, କେନ୍ଦୁଝର, ରାୟଗଡ଼ାରୁ ୨-୨, ସୁବର୍ଣ୍ଣପୁରରୁ ଜଣେ ଓ ରାଜ୍ୟପୁଲରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୦ first appeared on Sambad.

from କରୋନା | Sambad https://ift.tt/39AHpVB