ଭୁବନେଶ୍ୱର: ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ବାହାରିବା ଉଚିତ। ଯଦି ଆମେ ଆମ ତରଫରୁ ସଜାଗ ରହିବା, ତାହାଲେ କରୋନାକୁ ପ୍ରତିହତ କରିପାରିବା। ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡାଇରେକ୍ଟର ମଧ୍ୟ ଦେଶବାସୀ ସଜାଗ ରହିବାକୁ ଅନୁରୋଧ କରିଛନ୍ତି। ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି।
କୋଭିଡ ସଂକ୍ରମଣରେ ଇଣ୍ଟରନାଲ ସଂକ୍ରମଣ ହୁଏ। ହାର୍ଟ ଲଙ୍ଗସ ବ୍ରେନ ସହ ଲଙ୍ଗସ ଉପରେ ଅଧିକା ପ୍ରଭାବ ପଡ଼ିଥାଏ । ଯିଏ ଟିକା ନେଉଛି ତାର କରୋନା ଇଫେକ୍ଟ ବହୁତ କମ୍, ଆଉ ଯିଏ ଟିକା ନେଉ ନାହାନ୍ତି ତାର ଅଧିକ କ୍ଷତି ହେଉଛି। ଟିକା ନେଲା ପରେ ଗୁରୁତର ହେବାର ବହୁତ କମ୍ ଆଶଙ୍କା ରହୁଛି।
The post ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/39SGMXt
0 Comments