ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ କରୋନା ସଂକ୍ରମିତ ଅଛନ୍ତି। ଏହାଛଡ଼ା ପୁରୀ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। କଟକର ଯେଉଁ ଦୁଇ ମୃତକ ଅଛନ୍ତି, ଉଭୟେ ମହିଳା ଏବଂ ସେମାନଙ୍କର ବୟସ ଯଥାକ୍ରମେ ୮୫ ଏବଂ ୪୭ ବର୍ଷ। ଅପରପକ୍ଷରେ ଅନୁଗୁଳର ମୃତକଙ୍କ ଭିତରୁ ଜଣେ ୭୫ ବର୍ଷୀୟା ମହିଳା ଓ ଜଣେ ୬୦ ବର୍ଷିୟ ପୁରୁଷ ଅଛନ୍ତି। ଭୁବନେଶ୍ବରର ଜଣେ ୬୪ ବର୍ଷିୟ ପୁରୁଷ ଖୋର୍ଦ୍ଧା ଜିଲ୍ଲାର ଜଣେ ୬୭ ବର୍ଷିୟ ପୁରୁଷ ଅଛନ୍ତି। ଏହାଛଡ଼ା ପୁରୀର ଜଣେ ୪୭ ବର୍ଷିୟ ପୁରୁଷ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୦୬୨କୁ ବୃଦ୍ଧି first appeared on Sambad.

from କରୋନା | Sambad https://ift.tt/38Ji37B