
ଭୁବନେଶ୍ୱର: ଡବଲ୍ ଡୋଜ୍ ନେଇଥିବା ବ୍ୟକ୍ତି ହିଁ ମେଳାକୁ ଯାଇପାରିବେ ନେଇ କେନ୍ଦ୍ରର ନିର୍ଦ୍ଦେଶନାମା ଏଯାଏଁ ଆମ ପାଖକୁ ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ ଦିଗକୁ ଦେଖି ସରକାର ସ୍ଥିର କରିବେ। କେତେ ଟିକା ଦିଆଯାଇଛି ଏସବୁ ଦେଖି ସରକାର ନିର୍ଦ୍ଦେଶନାମା ଦେବେ। ଯେତେବେଳେ ମହାମାରୀ ପିକରେ ଥିଲା ଅଡିଟ୍ ହୋଇ ପାରି ନଥିଲା। ଏବେ ଯାହା ଆସୁଛି ଦିଆହେଉଛି। ଆମେ ଭଲ ସ୍ଥିତିରେ ଅଛୁ। ହସ୍ପିଟାଲର ଡେଥ୍ ରେଟ ଦେଖିଲେ ଜଣା ପଡ଼ୁଛି। ମୃତ୍ୟୁହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ। ଟିକାକରଣ ସହ ସେରୋ ସର୍ଭେ ଚାଲିଛି। ତେଣୁ ଅପେକ୍ଷା କରିବା।
ଏଣେ ଡବଲ୍ ଡୋଜ୍ ନେଇଥିବା ବ୍ୟକ୍ତି ହିଁ ମେଳାକୁ ଯାଇପାରିବେ ନେଇ କେନ୍ଦ୍ରର ନିର୍ଦ୍ଦେଶନାମା ସୁରକ୍ଷା ଦୃଷ୍ଟିରୁ ସେଇଟା ବିଧେୟ। ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ବି ସୁରକ୍ଷିତ ରହିବେ। ଏହା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ ଆହୁରି କହିଛନ୍ତି, ଡେଥ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ। ଯାହା ଆସୁଛି ଆମେ ଜଣେଇବୁ। ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ। କାହିଁକି ନା ପ୍ରାୟ ସମସ୍ତ ୧୮ ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ଟିକାକରଣ ହେଲାଣି ଏବଂ ସଂକ୍ରମିତ ବି ହେଉଛନ୍ତି। ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ। ତୃତୀୟ ଲହର ଏବେ ବି ଆକଳନ ସ୍ତରରେ ଅଛି। କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
The post କେନ୍ଦ୍ରର ନିର୍ଦ୍ଦେଶନାମା ସୁରକ୍ଷା ଦୃଷ୍ଟିରୁ ଭଲ: ଡିଏମଇଟି first appeared on Sambad.from କରୋନା | Sambad https://ift.tt/3jHznQu
0 Comments