ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ‘ହୁ’ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡ଼କୁ ଯାଉଛି। ‘ହୁ’ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ। କିନ୍ତୁ ଆମେ ଶତ ପ୍ରତିଶତ ନିଶ୍ଚିତ ନୁହଁ। ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ। କିନ୍ତୁ ଆମେ ଆଶ୍ବସ୍ତ ହେବା ନାହିଁ। ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା।


ସେ ଆହୁରି ମଧ୍ୟ କହିଛନ୍ତି, କେରଳରେ କରୋନା ସଂକ୍ରମଣ ବଢିବଢି ଚାଲିଥିଲା, ଏବେ କମୁଛି। ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ। ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ। ଯଦିଓ ଆମେ ଭଲ ସ୍ଥିତିରେ ଅଛୁ। ଆମର ପଜିଟିଭିଟି ରେଟ୍ କମ୍ ଅଛି। ହସପିଟାଲାଇଜେସନ ହାର ବି କମ୍ ଅଛି। କିନ୍ତୁ ବିପଦ ନିଶ୍ଚୟ ଅଛି। ଆମ ରାଜ୍ୟରେ କେବେ ବି ବଢି ପାରେ। ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ। ନିଜ ଦାୟିତ୍ବ ନିଜେ ନିଅନ୍ତୁ।

The post ଆମେ ଢିଲା ହେବା ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3lsV6eK