ନୂଆଦିଲ୍ଲୀ: ଭାରତୀୟ ଜନତାଙ୍କ ଶରୀରରେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା କରାଇବା ଲାଗି ଏକକ ଡୋଜ୍‌ବିଶିଷ୍ଟ କୋଭିଡ୍‌-୧୯ ନିରୋଧୀ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ‘ଡ୍ରଗ୍ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ) ଅନୁମୋଦନ ହାଲସ କରିଛି।

‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ନି‌ମନ୍ତେ ‘ଡିସିଜିଆଇ’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) ସୁପାରିସ କରିଛି।

ଦେଶରେ ରୁଷୀୟ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଅନାବଶ୍ୟକ କହି ପୂର୍ବରୁ ଜୁଲାଇ ମାସରେ, ‘ଡିସିଜିଆଇ’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ମଞ୍ଜୁର କରିବାକୁ ଅଗ୍ରାହ୍ୟ କରି ଦେଇଥିଲା।

Image Courtesy of India Today

ଉଲ୍ଲେଖଯୋଗ୍ୟ, ନିକଟରେ ‘ଦି ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିଡ୍‌-୧୯ ବିପକ୍ଷରେ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ୭୮.୬% ରୁ ୮୩.୭% ଫଳପ୍ରଦତା ଦେଖାଉଛି, ଯାହା ଅଧିକାଂଶ ଦୁଇ ଡୋଜ୍‌ବିଶିଷ୍ଟ ଟିକା ଠାରୁ ଉଲ୍ଲେଖନୀୟ ଭାବେ ଅଧିକ ଫଳପ୍ରଦ। ଆର୍ଜେଣ୍ଟିନାର ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା।

ନିର୍ଦ୍ଧାରିତ ଜନତାଙ୍କୁ ଟାର୍ଗେଟ୍‌ କରାଯାଇ ଦିଆଯାଇ ଥିବା ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ମଧ୍ୟ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ସମ୍ଭାବନାକୁ ୮୨.୧% ରୁ ୮୭.୬% ପର୍ଯ୍ୟନ୍ତ ହ୍ରାସ କରିଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

The post ଭାରତରେ ୩ୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଲାଗି କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ପାଇଲା ‘ଡିସିଜିଆଇ’ ଅନୁମୋଦନ first appeared on Sambad.

from କରୋନା | Sambad https://ift.tt/3tHvm1I