
ମଧ୍ୟପ୍ରଦେଶ: ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ରାଜ୍ୟରେ କାହାରି ମୃତ୍ୟୁ ହୋଇ ନାହିଁ ବୋଲି ରାଜ୍ୟ ସରକାରଙ୍କ ଉତ୍ତରରେ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ଜବଲପୁର ପ୍ରିନ୍ସପାଲ ଖଣ୍ଡପୀଠ କହିଛନ୍ତି ଏହା ବିଶ୍ବାସଯୋଗ୍ୟ ନୁହେଁ। କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ସଂକ୍ରମିତଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ମାମଲାର ଶୁଣାଣି କରି ଆଜି ଖଣ୍ଡପୀଠ ଏକଥା କହିଛନ୍ତି। ଅକ୍ସିଜେନ୍ ଅଭାବରୁ ୭୭ ଜଣ ମୃତ୍ୟୁବରଣ କରିଥିବା ଅଭିଯୋଗର ଶୁଣାଣି ମଙ୍ଗଳବାର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଆରମ୍ଭ ହୋଇଥିଲା।
ଖଣ୍ଡପୀଠ ଶିବରାଜ ସିଂହ ଚୌହାନ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ତାଲିକାରେ ୭୭ ଜଣଙ୍କ ନାଁ ଥିବାବେଳେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇ ନାହିଁ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି। ସରକାରଙ୍କ ପକ୍ଷରୁ ଏଭଳି ଉତ୍ତର ଶୁଣିବା ପରେ ଖଣ୍ଡପୀଠ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ସରକାର ଯେତେବେଳେ କହୁଛନ୍ତି ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନାହିଁ, ସେଠାରେ କ୍ଷତିପୂରଣ ବାବଦରେ କି ପଦକ୍ଷେପ ନିଆଯାଇ ପାରିବ। ସଠିକ୍ ତଥ୍ୟ ଯୋଗାଡ଼ କରି ସନ୍ତୋଷଜନକ ଉତ୍ତର ଦେବା ପାଇଁ ରାଜ୍ୟ ସରକାରଙ୍କୁ ୩ ସପ୍ତାହ ସମୟ ଦେଇଛନ୍ତି ଖଣ୍ଡପୀଠ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ।
The post ଅକ୍ସିଜେନ ଅଭାବରୁ ମଧ୍ୟପ୍ରଦେଶରେ କାହାରି ମୃତ୍ୟୁ ହୋଇ ନାହିଁ first appeared on Sambad.from କରୋନା | Sambad https://ift.tt/3ABEkjy
0 Comments