
ଭୁବନେଶ୍ୱର: ରାଜ୍ୟରେ ଆଜି ୧୬୫୨ ଜଣ ଆକ୍ରାନ୍ତ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୩୭୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୁରୀରୁ ୧୨୭, ଯାଜପୁରରୁ ୮୩, ଜଗତସିଂହପୁରରୁ ୮୧, ନୟାଗଡ଼ରୁ ୭୯, ଭଦ୍ରକରୁ ୭୨, ମୟୂରଭଂଜରୁ ୬୧, ବାଲେଶ୍ୱରରୁ ୫୫, ଅନୁଗୁଳରୁ ୪୪ ଓ କେନ୍ଦ୍ରାପଡ଼ାରୁ ୩୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିଭଳି ଢେଙ୍କାନାଳରୁ ୨୪, ସୁବର୍ଣ୍ଣପୁରରୁ ୧୮, କନ୍ଧମାଳ, ସମ୍ବଳପୁରରୁ ୧୫-୧୫, ରାୟଗଡ଼ାରୁ ୧୪, କେନ୍ଦୁଝରରୁ ୧୩, ଝାରସୁଗୁଡ଼ାରୁ ୧୩, ନବରଂଗପୁର, ସୁନ୍ଦରଗଡ଼ରୁ ୧୧-୧୧, ଦେବଗଡ଼ରୁ ୧୦, ଗଂଜାମରୁ ୯, ବରଗଡ଼ରୁ ୮, କଳାହାଣ୍ଡିରୁ ୫, ବୌଦ୍ଧ, କୋରାପୁଟ, ମାଲକାନଗିରିରୁ ୪ ଜଣ ଲେଖାଏଁ, ଗଜପତିରୁ ୩, ବଲାଙ୍ଗୀର, ନୂଆପଡ଼ାରୁ ୨-୨ ଓ ରାଜ୍ୟପୁଲରୁ ୧୧୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୬୫୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ first appeared on Sambad.from କରୋନା | Sambad https://ift.tt/3Cgc9Z0
0 Comments