ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ: ଡିଏମଇଟି

ଭୁବନେଶ୍ୱର: ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ତୃତୀୟ ଲହର ଆସେ, ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ। ବିଶେଷଜ୍ଞମାନେ କହିଛନ୍ତି ସେପ୍ଟେମ୍ବର କି ଅକ୍ଟୋବରରେ ତୃତୀୟ ଲହର ଆସିବ ଓ ପିକ ନେବ। ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ। ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ। ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି, ସେ ତୁଳନାରେ ଆମେ ଅଧିକ ପ୍ରସ୍ତୁତ ରହିଛୁ। ପିଲାମାନଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏଣେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମସ୍ତଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ। ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହେଲେ ଏହା ଅକ୍ଟୋବରରେ ପିକ ନେବ। ପିକ ପିରିଅଡରେ ଶିଶୁମାନଙ୍କ ହସ୍ପିଟାଲାଇଜେସନ ୧୦୦ରେ ୨୩ରେ ରହିବ ବୋଲି ଆକଳନ କରାଯାଇଛି। ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଜେସନ ଅଧିକ ନାହିଁ। ଏବେ ୧୨ ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର। ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା। ଯଦି ତୃତୀୟ ଲହର ଆସୁଛି ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ। ଶିଶୁମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ। ସବୁ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରିବୁ। ଶିଶୁଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି। ଶିଶୁମାନଙ୍କର ଏବେ ସିଭିୟରିଟି ବେଶି ନାହିଁ। ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ନାହିଁ। ତେଣୁ ସ୍କ୍ରିନିଂକୁ ଆମେ ଚାଲୁ ରଖିବୁ । ଆମେ ଶିଶୁମାନଙ୍କର ଦୈନିକ ସଂକ୍ରମଣ ହାରକୁ ନେଇ ବିଶ୍ଳେଷଣ କରୁଛୁ। ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି। ବହୁତ କମ ଶିଶୁଙ୍କର ଅକ୍ସିଜେନ ଦରକାର ଥିଲା।

The post ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3B4D2Ok

Post a Comment

0 Comments