ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହମାରୀରୁ ୮୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୪୭୩ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୩୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୪୫, ପୁରୀରୁ ୩୨, ସମ୍ବଲପୁରରୁ ୨୦, ମୟୂରଭଂଜ, ନୟାଗଡ଼ରୁ ୧୮-୧୮, ଜଗତସିଂହପୁରରୁ ୧୭, ଢେଙ୍କାନାଳରୁ ୧୪, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରୁ ୧୦, ରାୟଗଡ଼ା, ସୁନ୍ଦରଗଡ଼ରୁ ୮-୮, ଅନୁଗୁଳ, ବରଗଡ଼ରୁ ୭-୭, ଗଂଜାମରୁ ୬, କୋରାପୁଟରୁ ୫, ଝାରସୁଗୁଡ଼ା, କନ୍ଧମାଳରୁ ୪-୪, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ସୁବର୍ଣ୍ଣପୁରରୁ ୨ ଜଣ ଳେଖାଏଁ, ନବରଂଗପୁରରୁ ଜଣେ ଏବଂ ରାଜ୍ୟପୁଲରୁ ୭୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ୮୪୩ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯ first appeared on Sambad.

from କରୋନା | Sambad https://ift.tt/3jpyX18