
ଭୁବନେଶ୍ବର: ଛୋଟ ପିଲାଙ୍କୁ ଯାଇଡସ୍ କାଡ଼ିଲା ଟିକା ଦେବା ନେଇ କୌଣସି ଜାତୀୟ ଗାଇଡଲାଇନ ଆସିନାହିଁ। ଗାଇଡଲାଇନ ଆସିବା ପରେ ଟିକା ଦେବା ପାଇଁ ଆମେ ବ୍ୟବସ୍ଥା କରିବୁ। ବୁଷ୍ଟର ଡୋଜ ଦେବା ନେଇ ଆମ ନିକଟକୁ କୌଣସି ଗାଇଡଲାଇନ ଆସିନାହିଁ । ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି। ବର୍ତ୍ତମାନ ଗାଇଡଲାଇନ ଆସିନାହିଁ। ଆଗକୁ ଯଦି ଆବଶ୍ୟକତା ପଡ଼େ, କେନ୍ଦ୍ର ସରକାର ଗାଇଡଲାଇନ ପ୍ରକାଶ କରନ୍ତି ତେବେ ଦିଆଯିବ। ଏହା କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ରହୁଛନ୍ତି । ଭୁବନେଶ୍ୱରରେ ଲୋକମାନେ କୋଭିଡ ନିୟମ ମାନୁ ନଥିବାରୁ ସଂକ୍ରମଣ ବଢୁଛି। ହାଟ ବଜାର ଲୋକମାନେ ଗହଳି କରି ସଂକ୍ରମଣକୁ ଡାକୁଛନ୍ତି।
The post ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ଟିକାକୁ ଅନୁମତି ମିଳିବା ପରେ ଜାତୀୟ ଗାଇଡଲାଇନ ଆସିନାହିଁ: ଡିଏମଇଟି first appeared on Sambad.from କରୋନା | Sambad https://ift.tt/3gnOpJ0
0 Comments