
ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଡିଏମିଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ ଆବଶ୍ୟକ ପଡ଼ିପାରେ, କିନ୍ତୁ ୩୦୦୦ ବେଡ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡିୟୁ ବେଡ। ଆବଶ୍ୟକସ୍ଥଳେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ବି କରାଯିବ। କେଉଁ ସ୍ଥାନରେ କରାଯିବ ସେ ନେଇ କେସ ଲୋଡ ସ୍ଥିତି ଦେଖି ଆବଶ୍ୟକସ୍ଥଳେ ନିଷ୍ପତ୍ତି ହେବ।
ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି କମିଟି ଜିଲ୍ଲା ସ୍ତରରେ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବ। ପ୍ରସ୍ତୁତି କଣ ଚାଲିଛି, କେମିତି ପ୍ରସ୍ତୁତି ତ୍ୱରାନ୍ୱିତ ହେବ, କଣ ଆବଶ୍ୟକ ସେ ନେଇ କମିଟି ରିପୋର୍ଟ ଦେଲେ ସରକାର ପ୍ରସ୍ତୁତ ହେବେ। ଯଦି କୌଣସି ଲକ୍ଷଣ ଥିବା ଶିଶୁ ହସ୍ପିଟାଲରେ ଆଡ଼ମିସନ ହୁଅନ୍ତି ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ।
The post ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ୩୦୦୦ ବେଡ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର: ଡିଏମିଇଟି first appeared on Sambad.from କରୋନା | Sambad https://ift.tt/3xLGJGm
0 Comments