ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୧୦୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୩୭୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଜଗତସିଂହପୁର ଜିଲ୍ଲାରୁ ୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୭୧, କଟକରୁ ୬୩, ପୁରୀରୁ ୫୦, ଯାଜପୁରରୁ ୪୩, ଅନୁଗୁଳରୁ ୪୦, ଭଦ୍ରକରୁ ୩୯, ନୟାଗଡ଼ରୁ ୨୮, ଢେଙ୍କାନାଳ ଓ ମୟୂରଭଂଜରୁ ୨୫ ଜଣ ଲେଖାଏଁ କରୋନରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ାରୁ ୨୨, କେନ୍ଦୁଝରରୁ ୨୦, ସୁନ୍ଦରଗଡ଼ରୁ ୧୧, ବରଗଡ଼, କନ୍ଧମାଳ, ସମ୍ବଲପୁରରୁ ୯ ଜଣ ଲେଖାଏଁ, କୋରାପୁଟ, ମାଲକାନଗିରିରୁ ୬ ଜଣ ଲେଖାଏଁ, ଦେବଗଡ଼, ଗଜପତି, ଗଂଜାମ, ରାୟଗଡ଼ାରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ା, ସୁବର୍ଣ୍ଣପୁରରୁ ୪-୪, କଳାହାଣ୍ଡିରୁ ୨, ବୌଦ୍ଧରୁ ଜଣେ ଏବଂ ରାଜ୍ୟପୁଲରୁ ୮୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୬୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ first appeared on Sambad.

from କରୋନା | Sambad https://ift.tt/3g8QW9U