ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ପରିସ୍ଥିତି ହେତୁ ନିୟମିତ ଚଳାଚଳ ପାଇଁ ନିର୍ଦ୍ଧାରିତ ହୋଇଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶକୁ ରବିବାର ଦିନ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍‌’ଦ୍ବାରା (ଡିଜିସିଏ) ଜାରି ଏହି ସଦ୍ୟତମ ‘ସର୍କ୍ୟୁଲାର୍‌’ କିନ୍ତୁ, ‘ରେଗୁଲେଟର୍‌’ଙ୍କଦ୍ବାରା ଅନୁମୋଦିତ ଆନ୍ତର୍ଜାତିକ ପଣ୍ୟବାହୀ ବିମାନ ଚଳାଚଳ ପୂର୍ବ ଭଳି ଚାଲୁ ରଖିବାକୁ ଅନୁମତି ଦେଇଛି।

‘ଡିଜିସିଏ’ ଆହୁରି ମଧ୍ୟ କହିଛି ଯେ, ନିର୍ଦ୍ଧାରିତ ପଥରେ ପରିସ୍ଥିତି ଆଧାରରେ ‘ସ୍କିଡ୍ୟୁଲ୍‌ଡ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ଫ୍ଲାଇଟ୍‌’ ଚଳାଚଳ ପାଇଁ ଅନୁମତି ଦିଆଯାଇ ପାରେ।

Image Courtesy of The Economic Times

କୋଭିଡ୍-୧୯ ସଂକ୍ରମଣ ବିସ୍ତାର ରୋକିବା ଲାଗି ଭାରତ ସରକାର ୨୦୨୦ ମାର୍ଚ ୨୩ ତାରିଖ ଠାରୁ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳ ନିଷିଦ୍ଧ କରିଛି। ଗତ ଏକ ବର୍ଷ ହେବ ଭାରତ ‘ଏୟାର୍‌ ବବଲ୍‌’ ବ୍ୟବସ୍ଥା କରିଥିବା ନିର୍ଦ୍ଧିଷ୍ଟ କେତେକ ଦେଶର ବିମାନ ଚଳାଚଳ ଉପରେ କିନ୍ତୁ, ଏହି କଟକଣା କୋହଳ କରିଛି।

ଅଗଷ୍ଟ ୩୧ ତାରିଖରୁ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳ ଉପରୁ କଟକଣା ଉଠାଇଦେବା ପାଇଁ ଭାରତ ବିଚାର କରୁଥିଲା। କିନ୍ତୁ, କେତେକ ଦଶରେ କୋଭିଡ୍‌-୧୯ର ‘ଡେଲ୍‌ଟା ଭେରିଆଣ୍ଟ୍‌’ ସଂକ୍ରମଣ ମାମଲା ବୃଦ୍ଧି ଏବଂ ସଂକ୍ରମଣର ତୃତୀୟ ଲହର ଆସନ୍ନ ଆଶଙ୍କାରେ ଭାରତ ଏହି ନିଷେଧାଦେଶ ପରିବର୍ଦ୍ଧିତ କରିଛି।

ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ କଟକଣା ଲାଗୁ କରିଥିଲେ ମଧ୍ୟ ଭାରତ କେତେକ ପଥରେ ସ୍ବତନ୍ତ୍ର ବିମାନ ଚଳାଚଳ ପାଇଁ ଅନୁମତି ଦେଇଛି। ସେ ସବୁ ବିଶେଷତଃ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ପ୍ରଯୁଜ୍ୟ।

The post କୋଭିଡ୍‌-୧୯ ପରିସ୍ଥିତି ହେତୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍‌ ହେଲା ଆନ୍ତର୍ଜାତିକ ବିମାନ ଚଳାଚଳ first appeared on Sambad.

from କରୋନା | Sambad https://ift.tt/3DpZO4Z