
ନୂଆଦିଲ୍ଲୀ : ଆମେରିକୀୟ ଟିକା କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକା ଜାନସେନକୁ ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଆ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଜରୁରିକାଳୀନ ବ୍ୟବହାର ଅନୁମତି ପାଇଁ ଦୁଇଦିନ ତଳେ କମ୍ପାନି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ନିକଟରେ ଆବେଦନ କରିଥିଲା । ଜାନସେନ ଟିକାକୁ ଥରେ ଦିଆଯାଉଥିବାରୁ ଏହି ଟିକା ଆସିବା ପରେ ଦେଶରେ ଟିକାକରଣର ବେଗ ବୃଦ୍ଧି ପାଇବା ଆଶା କରାଯାଉଛି । ଏହି ଟିକାକୁ ମିଶାଇ ଭାରତରେ ଏବେ ୫ଟି ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦିଆଯାଇଛି । ସେଗୁଡ଼ିକ ହେଲା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ, ମଡର୍ଣ୍ଣା ଓ ଜାନସେନ ।
ନୈଦାନିକ ପରୀକ୍ଷା ବା କ୍ଲିନିକାଲ ଟ୍ରାଏଲରେ ଥିବା ଏହି ଏକକ ଡୋଜ୍ ଟିକା ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ୮୫% ଫଳପ୍ରଦ ହେଉଛି ବୋଲି କମ୍ପାନି ଦାବି କରିଛି । କୋଭିଡ୍-୧୯ ସଂକ୍ରମଣଜନିତ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ବିପକ୍ଷରେ ମଧ୍ୟ ଏହି ଟିକା ସୁରକ୍ଷା ଦେଉଥିବା ଜଣାପଡ଼ିଛି ।
The post ଜନସନ ଏଣ୍ଡ ଜନସନର କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଭାରତ first appeared on Sambad.
from କରୋନା | Sambad https://ift.tt/3s1WlnP
0 Comments