ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୦୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୯୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୩୬୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୩୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୭୨, ବାଲେଶ୍ୱରରୁ ୬୫, ଜଗତସିଂହପୁରରୁ ୩୯, ଭଦ୍ରକରୁ ୩୦, ମୟୂରଭଂଜରୁ ୨୬, ଅନୁଗୁଳରୁ ୨୨, ପୁରୀରୁ ୧୯ ଓ ନୟାଗଡ଼ରୁ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୧୭, କେନ୍ଦୁଝରରୁ ୧୪, ବରଗଡ଼ରୁ ୧୧, କନ୍ଧମାଳ, କେନ୍ଦ୍ରାପଡ଼ାରୁ ୯-୯, ବଲାଙ୍ଗୀର, ଗଂଜାମ, କଳାହାଣ୍ଡିରୁ ୮ ଜଣ ଲେଖାଏଁ, ଦେବଗଡ଼, ସମ୍ବଲପୁରରୁ ୬-୬, ଝାରସୁଗୁଡ଼ା, ମାଲକାନଗିରିରୁ ୫-୫, କୋରାପୁଟ, ନବରଂଗପୁରରୁ ୪-୪, ସୁବର୍ଣ୍ଣପୁରରୁ ୨, ବୌଦ୍ଧ, ନୂଆପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୩୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୧  first appeared on Sambad.

from କରୋନା | Sambad https://ift.tt/3ydciJq