ଏଥର ରବିବାରରେ ବି ଟିକା

ଭୁବନେଶ୍ବର: ଟିକାକରଣରେ କେଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ଛାଡ଼ି ନଯିବା ଲକ୍ଷ୍ୟରେ ବିଏମ୍‌ସି ଆଉ ପାଦେ ଆଗକୁ ଯାଇଛି। ଆସନ୍ତା ୨୯ ତାରିଖଠାରୁ ପ୍ରତ୍ୟେକ ରବିବାର ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଟିକାଦାନ କେନ୍ଦ୍ରରେ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

କ୍ୟାପିଟାଲ ହସ୍‌ପିଟାଲ, ବିଏମ୍‌ସି ହସ୍‌ପିଟାଲ ଓ ଏମ୍ସ ସମେତ ୟୁନିଟ୍‌-୪, ପଟିଆ, ଡୁମୁଡ଼ୁମା, ପୋଖରୀପୁଟ୍‌, ବରମୁଣ୍ଡା, ୟୁନିଟ୍‌-୮, ୟୁନିଟ୍‌-୯, ଆଇଆରସି ଭିଲେଜ୍‌, ନହରକଣ୍ଟା, ଘାଟିକିଆ, ଝାରପଡ଼ା, ସହିଦନଗର, ଗାଡ଼କଣ, ନୀଳାଦ୍ରିବିହାର, ବ୍ରହ୍ମେଶ୍ବରପାଟଣା, ସତ୍ୟନଗର, କଳ୍ପନା, ୟୁନିଟ୍‌-୩, କପିଳପ୍ରସାଦ, ରସୁଲଗଡ଼, ସାମନ୍ତପୁରୀ, ଶିଖରଚଣ୍ଡୀ, ଚନ୍ଦ୍ରଶେଖରପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ସାଙ୍ଗରେ ପରିଚୟପତ୍ର ଧରି କେନ୍ଦ୍ରରେ ପହଞ୍ଚିବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଅନେକ ଦିନରୁ ପୂରଣ ହୋଇସାରିଛି। ଭୁବନେଶ୍ବରକୁ ପ୍ରତ୍ୟେକ ଦିନ ବାହାରୁ ଲୋକ ଆସି ଟିକା ନେଉଥିବାରୁ ବିଏମ୍‌ସି ଏଭଳି ବ୍ୟବସ୍ଥା କରିଛି।

The post ଏଥର ରବିବାରରେ ବି ଟିକା first appeared on Sambad.

from କରୋନା | Sambad https://ift.tt/3ky4opm

Post a Comment

0 Comments