
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୯୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୨୪୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୫୧, ମୟୂରଭଂଜରୁ ୩୭, ନୟାଗଡ଼ରୁ ୩୦, ଜଗତସିଂହପୁରରୁ ୨୮, କେନ୍ଦ୍ରାପଡ଼ା, ପୁରୀରୁ ୨୪-୨୪, ବାଲେଶ୍ୱରରୁ ୨୩, ଅନୁଗୁଳରୁ ୨୨ ଓ ଭଦ୍ରକରୁ ୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିଭଳି କେନ୍ଦୁଝରରୁ ୧୬, ସମ୍ବଲପୁରରୁ ୧୧, ଢେଙ୍କାନାଳ, ଝାରସୁଗୁଡ଼ାରୁ ୧୦-୧୦, ରାୟଗଡ଼ାରୁ ୯, ମାଲକାନଗିରିରୁ ୭, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଗଂଜାମ-କନ୍ଧମାଳରୁ ୫-୫, କୋରାପୁଟ, ସୁବର୍ଣ୍ଣପୁରରୁ ୨ଜଣ ଲେଖାଏଁ, କଳାହାଣ୍ଡିରୁ ଜଣେ ଏବଂ ରାଜ୍ୟପୁଲରୁ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୨୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୪ ସୁସ୍ଥ first appeared on Sambad.from କରୋନା | Sambad https://ift.tt/3kegyU0
0 Comments