ଦେଶରେ ୨୪ଘଣ୍ଟାରେ ୩୮,୩୫୩ କରୋନା ସଂକ୍ରମିତ ଚିହ୍ନଟ, ୪୯୭ ମୃତ

ନୂଆଦିଲ୍ଲୀ: ଗତକାଲି ୧୪୭ଦିନ ପରେ ଦେଶରେ କମିଥିଲା କରୋନା ସଂକ୍ରମଣ। ହେଲେ ଆଜି ପୁଣି ସଂକ୍ରମଣ ୩୫,୦୦୦ପାର କରିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୦,୩୬,୫୧୧ ଓ ମୃତ୍ୟୁସଂଖ୍ୟା ୪,୨୯,୧୭୯ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୦୦୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି।

ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୬,୩୫୧।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୪୧,୩୮,୬୪୬ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୧,୯୦,୮୦,୫୨୪ ଜଣଙ୍କୁ ଟିକା ଦିଆଯାଇସାରିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଏକମାତ୍ର ବାଟ ବୋଲି ଜାଣି ସରକାର ଏବେ ଟିକାକରଣଙ୍କୁ ଜୋରଦାର କରିଛନ୍ତି।

 

 

The post ଦେଶରେ ୨୪ଘଣ୍ଟାରେ ୩୮,୩୫୩ କରୋନା ସଂକ୍ରମିତ ଚିହ୍ନଟ, ୪୯୭ ମୃତ first appeared on Sambad.

from କରୋନା | Sambad https://ift.tt/3xCsh3w

Post a Comment

0 Comments